କଳାହାଣ୍ଡି ଜିଲ୍ଲା ଧର୍ମଗଡ ପଞ୍ଚାୟତ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନରେ ବିଜୁ ଛାତ୍ର ଜନତା ଦଳ (BCJD) ସମର୍ଥିତ ପ୍ରାର୍ଥୀଙ୍କ ବିଜୟ ହୋଇଛି। ସଭାପତି ପଦରେ BCJD ସମର୍ଥିତ ପ୍ରାର୍ଥୀ ଯୋଗେନ୍ଦ୍ର ବଣିଆ ବିଜୟୀ ହୋଇଥିବା ବେଳେ ସାଧାରଣ ସମ୍ପାଦକ ପଦରେ କଳ୍ପନା ବିହାରୀ ବିଜୟ ହାସଲ କରିଛନ୍ତି।
ସଭାପତି ପଦ ପାଇଁ ଯୋଗେନ୍ଦ୍ର ବଣିଆ ଓ ABVP ସମର୍ଥିତ ପ୍ରାର୍ଥୀ ସାଇ ଦର୍ଶନ ଠାକୁରଙ୍କ ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ନିର୍ବାଚନରେ ଯୋଗେନ୍ଦ୍ର ବଣିଆ ୩୭୨ ଖଣ୍ଡ ଭୋଟ ପାଇଥିବା ବେଳେ ସାଇ ଦର୍ଶନ ଠାକୁର ୨୯୪ ଖଣ୍ଡ ଭୋଟ ପାଇଥିଲେ। ଏହିପରି ଯୋଗେନ୍ଦ୍ର ବଣିଆ ୭୮ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି।
ପଞ୍ଚାୟତ ମହାବିଦ୍ୟାଳୟରେ ମୋଟ ୮୫୨ ଜଣ ଛାତ୍ରଛାତ୍ରୀ ଭୋଟର ଥିବାବେଳେ ସେଥିମଧ୍ୟରୁ ୬୭୨ ଜଣ ମତଦାନ କରିଥିଲେ। ଫଳାଫଳ ଘୋଷଣା ପରେ ବିଜୟୀ ପ୍ରାର୍ଥୀ ଓ ସମର୍ଥକଙ୍କ ମଧ୍ୟରେ ଖୁସିର ମାହୋଲ ଦେଖିବାକୁ ମିଳିଥିଲା।
ବିଜୟୀ ପ୍ରାର୍ଥୀଙ୍କୁ ସମ୍ବର୍ଦ୍ଧନା ଜଣାଇବା ପାଇଁ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂ ଦେଓଙ୍କ ସମେତ ବିଜୁ ଜନତା ଦଳର ଅନେକ ନେତା ଓ କର୍ମୀ ଉପସ୍ଥିତ ଥିଲେ। ଏହାପରେ ଧର୍ମଗଡ ସହରରେ ଏକ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା।


